ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୧ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ । କନ୍ଧମାଳ, ଖୋର୍ଦ୍ଧା, କେନ୍ଦୁଝର, ବଲାଙ୍ଗୀର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
3. A 65 year old female of Bolangir district who was also suffering from Hypertension.
4.A 62 year old male of Ganjam district.
5.A 60 year old male of Ganjam district who was also suffering from hypertension.
— H & FW Dept Odisha (@HFWOdisha) September 9, 2020
9. A 75 year old female of Khordha district who was also suffering from Diabetes & Hypertension & Acute Kidney Injury.
10.A 46 year old male of Keonjhar district who was also suffering from Diabetes & Hypertension.
11.A 46 year old male of Puri district.
— H & FW Dept Odisha (@HFWOdisha) September 9, 2020
ଅନ୍ୟପଟେ, ୨୪ ଘଣ୍ଟା ମଧ୍ୟରେ ୩୭୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୧୦ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୫୩୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।