ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୪୯୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୪,କଟକ ରୁ ୨ ଗଞ୍ଜାମ, ନୟାଗଡ଼, କେଉଁଝରରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି । ରେକର୍ଡ଼ ଅନୁସାରେ ଗତ ୧୫ ଦିନରେ ୧୫୬ ଜୀବନ ନେଲାଣି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୯ ମୃତକଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୨ ଜଣ, ଗଞ୍ଜାମ, କେନ୍ଦୁଝର, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ଅନ୍ୟପଟେ, ୨୪ ଘଣ୍ଟା ମଧ୍ୟରେ ୨୪୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୧୨୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୯୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୯୦୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published.