ଏଣିକି ହ୍ଵାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏଣିକି ହ୍ବାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍ । କୋଭିଡ୍ ଟିକା ନେଇଥିବା ବ୍ୟକ୍ତିମାନେ ଏଣିକି ହ୍ବାଟ୍ସଆପ୍ ଜରିଆରେ ପାଇପାରିବେ କୋଭିଡ୍ ଭ୍ୟାକସିନ୍ ସାର୍ଟିଫିକେଟ୍ । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ । ହ୍ବାଟସ୍ଆପ୍ରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍ କରନ୍ତୁ । ଏହା ପରେ ‘covid certificate’ ଲେଖି ପଠାନ୍ତୁ । କିଛି ସେକେଣ୍ଡ ମଧ୍ୟରୁ ଆପଣଙ୍କ ମୋବାଇଲକୁ ଏକ OTP ଆସିବ । ସେହି OTPକୁ ଦେବାର କିଛି ସେକେଣ୍ଡ ମଧ୍ୟରେ ମୋବାଇଲର ହ୍ବାଟ୍ସଆପ୍କୁ ଭ୍ୟାକସିନ୍ ନେଇଥିବା ସାର୍ଟିଫିକେଟ ଚାଲିଆସିବ ।
ପୂର୍ବରୁ Co-win ପୋର୍ଟାଲକୁ ଜାଇ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ପଡୁଥିଲା । ଏବେ କିନ୍ତୁ ଆହୁରି ସମଜ ହୋଇଛି ଏହି ପ୍ରକ୍ରିୟା । ମାତ୍ର ଗୋଟିଏ ମେସେଜ କଲେ ମୋବାଇଲକୁ ଆସିଯିବ ଭ୍ୟାକସିନ୍ ସାର୍ଟିଫିକେଟ୍ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରକ୍ରିୟାକୁ ଆହୁରି ସହଜ କରିଦିଆଯାଇଛି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି ।











