୨୪ ଘଣ୍ଟାରେ ୫୩ ହଜାର ନୂଆ ଆକ୍ରାନ୍ତ, ୬୫୦ ମୃତ, ୭୦ ଲକ୍ଷ ଟପିଲା ଆରୋଗ୍ୟ ସଂଖ୍ୟା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟାରେ ଦେଶରେ ୫୩,୩୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୬୫୦ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮ ଲକ୍ଷ ଟପିଯାଇଛି । ଏହା ସହିତ ଦେଶର ଆରୋଗ୍ୟ ସଂଖ୍ୟା ୭୦ ଲକ୍ଷ ଟପିଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୭୮,୧୪,୬୮୨ରେ ପହଞ୍ଚିଛି । ଏହା ମଧ୍ୟରୁ ୬୮୦୬୮୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୧୭,୯୫୬ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୭୦୧୬୦୪୬ ରେ ପହଞ୍ଚିଛି ।