ଦେଶରେ ଗତ ୨୪ଘଣ୍ଟାରେ ୩୨୯୮୧ ନୂଆ କୋଭିଡ଼ ସଂକ୍ରମିତ ଚିହ୍ନଟ, ୪ଲକ୍ଷ ତଳେ ଆକ୍ଟିଭ୍ କେସ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସର ଦୈନିକ ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ରବିବାର ଦିନ ୩୬,୦୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ୩୨,୯୮୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୪ଲକ୍ଷ ତଳକୁ ଖସିଛି । ସେହିପରି ଅନ୍ୟପଟେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୧ଲକ୍ଷରୁ ଅଧିକ ରହିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୨,୯୮୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୯୬,୭୭,୨୦୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦେଶରେ ଏବେ ଯାଏଁ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୧,୩୯,୯୦୧ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୩୯,୧୦୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୩,୯୬,୭୨୯ରେ ପହଞ୍ଚିଛି । କରୋନା ଭାଇରସରେ ଏବେ ଯାଏଁ ୧,୪୦,୫୭୩ଜଣଙ୍କ ମୃତ୍ୟୁ ହୋଇଛି ।
ଦେଶରେ କିଛି ସ୍ଥାନରେ କରୋନାର ୨ୟ ଲହରୀ ଜାରି ରହିଛି । ଏପରିକି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିଛି । ଖାସ୍ କରି ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଆଦି ଅଞ୍ଚଳରେ କରୋନାର ୨ୟ ଲହରୀ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବଢିଚାଲିଛି । କିନ୍ତୁ ଗତ ୨ଦିନ ହେଲା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି ।