ଦେଶରେ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌, ୪୭୦ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଗତ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧  ଲକ୍ଷ ୮୪ହଜାର ୦୮୨ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୪୭୦ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି।

ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୨ ହଜାର ୧୧୧ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୭୦ ହଜାର ୪୫୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୪ ଲକ୍ଷ ୯୧ ହଜାର ୫୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *