ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର, ଆଜି ପ୍ରତିହାରୀ ସେବକଙ୍କୁ ଔଷଧ ବିତରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶ୍ରୀମନ୍ଦିର ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ସେବନ ପାଇଁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି କ୍ରମରେ ଏକ ସ୍ଵତନ୍ତ୍ର ହୋମିଓପାଥି ଶିବିର କେବଳ ସେବାୟତଙ୍କ ଲାଗି ଖୋଲା ଯାଇଛି। ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସେବାୟତଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ସେମାନଙ୍କୁ ସଂକ୍ରମଣ ପ୍ରତିରୋଧକପାଇଁ ଔଷଧ ବଣ୍ଟନ କରାଯାଉଛି।  ଗତକାଲି ଦଇତାପତି ସେବକ ଓ ରଥଖଳାରେ ନିୟୋଜିତ ମହାରଣା ସେବକଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଔଷଧ ବିତରଣ କରାଯାଇଥିଲା।  ଆଜି ପ୍ରତିହାରୀ ନିଯୋଗ ଏବଂ ତାଙ୍କ ପରିବାରକୁ କରୋନା ସଂକ୍ରାନ୍ତରେ ସଚେତନ କରାଯିବା ସହିତ ହୋମିଓପାଥିକ ଔଷଧ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି।

ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ଵାରା ଏହି ଶିବିରକୁଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି। ଏଥିରେ କ୍ଷେତ୍ରୀୟ ହୋମିଓପାଥିକ ଅନୁସନ୍ଧାନ ସଂସ୍ଥାନ ପୁରୀଙ୍କ ସୌଜନ୍ୟରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବାବେଳେ ଡାକ୍ତର ଉମାକାନ୍ତ ପୃଷ୍ଟି, ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଡାକ୍ତର ପଞ୍ଚାନନ ପ୍ରଧାନଙ୍କ ଭଳି ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ଥିଲେ।

କୋଭିଡ-୧୯ ରୋଗର ପ୍ରତିକାର ପାଇଁ ଦଇତାପତି ସେବକମାନଙ୍କୁ ସଚେତନ କରାଇବା ସହ ଶକ୍ତିବର୍ଦ୍ଧକ ହୋମିଓପାଥି ଔଷଧ ଏହି ଅବସରରେ ବିତରଣ କରାଯାଇଚି। ସମୁଦାୟ  ୫୯ଜଣ ଦଇତାପତି ପରିବାଏଥିରେ ଉପକୃତ ହୋଇଛନ୍ତି। ଏଥି ସହିତ ରଥଖଳାରେ କାର୍ଯ୍ୟ କରୁଥିବା ଭୋଇ ସେବକ ଏବଂ ମହାରଣା ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୧୬୫ଜଣଙ୍କୁ ହୋମିଓପାଥିର ଶକ୍ତିବର୍ଦ୍ଧକ ଔଷଧ ଦିଆଯାଇଛି ।

Leave a Reply

Your email address will not be published. Required fields are marked *