ଦେଶରେ ୩୯ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା; ମୋଟ୍ ୬୮ ହଜାର ମୃତ୍ୟୁ ମାମଲା
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୯ ଲକ୍ଷ ୩୬ ହଜାର ୭୪୮ ରେ ପହଞ୍ଚିଛି।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮,୪୭୨ ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୮୩,୩୪୧ ନୂଆ ଆକ୍ରାନ୍ତଙ୍କ ସହ ୧୦୯୬ ଜଣଙ୍କର ମୃତ୍ୟୁ ଘଟିଛି।
ସେହିପରି ବର୍ତ୍ତମାନ ଆକ୍ଟିଭ୍ କେସ୍ ୮,୩୧,୧୨୪ ରହିଛି।
ଏହା ବ୍ୟତୀତ ୩୦ ଲକ୍ଷ ୩୭ ହଜାର ୧୫୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି।