ଦେଶରେ ୨୪ ଲକ୍ଷ ଟପିଲା କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୬୪ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୧୦୦୭ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୪ ଲକ୍ଷ ୬୧ ହଜାର ୧୯୧ରୁ ଅଧିକ ଟପିଛି।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮,୦୪୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୬୪,୫୫୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଆକ୍ଟିଭ୍ କେସ୍ ୬,୬୧,୫୯୫ ରହିଛି।

ଏହା ବ୍ୟତୀତ ୧୭ ଲକ୍ଷ ୫୧ ହଜାର ୫୫୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଯାଏଁ ୧ ଲକ୍ଷ ୫୦ ହଜାର ୧୦୫ରୁ ଅଧିକ ଆକ୍ଟିଭ୍ କେସ୍ ରହିଥିବା ବେଳେ ଦିଲ୍ଲୀରେ ୧୦ ହଜାର ୯୭୫ରୁ ଅଧିକ ରହିଛି।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୪୧୬୭ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୯ ହଜାର ୦୬୩ ରହିଛି ।

Leave a Reply

Your email address will not be published.