କଟକରେ କଡାକଡି ହେଲା କୋଭିଡ୍‌ ଗାଇଡ୍‌ ଲାଇନ୍‌: ବିଜ୍ଞପ୍ତି ଜାରି କଲା କଟକ ମହାନଗର ନିଗମ

କଟକ, (ଓଡିଶା ଟାଇମ୍) :କଟକରେ କଡାକଡି ହେଲା କୋଭିଡ୍ ଗାଇଡ୍‌ଲାଇନ୍ସ। ଦୋକାନ, ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ। ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ  ନେଇ ବିଜ୍ଞପ୍ତି ଜାରି କଲା କଟକ ମହାନଗର ନିଗମ (ସିଏମ୍‌ସି)।

ଏ ନେଇ ସିଏମ୍‌ସି ୨ଟି ଟିମ୍ ଗଠନ କରିଛି। ସେହିପରି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ମଧ୍ୟ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି। କରୋନାର ନୂଆ ଷ୍ଟ୍ରେନ୍‌କୁ ସାରା ଦେଶରେ ଆଉ ଏକ ଭୟର ବାତାବାରଣ ଦେଖା ଦେଇଛି। ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଧୀରେ ଧୀରେ ବ୍ୟାପିଗଲାଣି। ନୂଆ କରୋନା ସଂକ୍ରମଣ ବିରୋଧରେ ମହାରାଷ୍ଟ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ତେଣୁ  କେତେକ ରାଜ୍ୟରେ କୋଭିଡ୍‌ ଗାଇଡ୍‌ ଲାଇନ୍ କଡାକଡି ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *