ଆମେରିକାରେ ୨୪ଘଣ୍ଟାରେ ସର୍ବାଧିକ ୨ଲକ୍ଷ ଆକ୍ରାନ୍ତ ଚିହ୍ନଟ
ୱାସିଂଟନ, (ଓଡିଶା ଟାଇମ୍) : କରୋନା ସଂକ୍ରମଣର ପ୍ରଥମ ଲହର ପରେ ଅନେକ ସ୍ଥାନରେ ଏହାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଆମେରିକାରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମ ରହୁଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ଆମେରିକାରେ ସର୍ବାଧିକ ୨ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଘଣ୍ଟାରେ ୨୦୧,୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ପୂର୍ବରୁ ଚିହ୍ନଟ ହେଉଥିବା ସଂକ୍ରମିତ ସଂଖ୍ୟାଠାରୁ ଢ଼େର ଅଧିକ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଆମେରିକାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୮୩,୨୪୩ରେ ପହଞ୍ଚିଛି । ଏହା ସହ ୨୪ଘଣ୍ଟାରେ ୧୫୩୫ଜଣ ମୃତ୍ୟୁବରଣ କରିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୩୯,୫୮୮ରେ ପହଞ୍ଚିଛି ।