ଭୁବନେଶ୍ୱର ପରେ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ରାଜଧାନୀ ଭୁବନେଶ୍ୱର ପରେ ଏବେ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ। ଏବେ କେବଳ ଭୁବନେଶ୍ବର ମୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ କୋଭାକ୍ସିନ ଟିକା ଦିଆଯାଉଛି। ଏବେ ଭୁବନେଶ୍ବରରେ ବହୁ ସ୍ଥାନରେ ସ୍ଲଟ୍ ଖାଲି ପଡୁଛି।

ଭୁବନେଶ୍ବରର ଯେକୌଣସି କେନ୍ଦ୍ରରେ ଯେକେହି ନିଜ ପରିଚୟ ପତ୍ର ନେଇ ଆସିଲେ ଟିକା ନେଇପାରିବେ। ସେହିପରି ଅନ୍ୟ ସହରରେ ମଧ୍ୟ କୋଭାକ୍ସିନ ଆରମ୍ଭ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଆରମ୍ଭ କରିଛି ପ୍ରକ୍ରିୟା। ଗଞ୍ଜାମ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବର୍ଗରେ ପ୍ରଥମ ଡୋଜ୍ ଟିକା ଭାବେ କୋଭାକ୍ସିନ ଦିଆଯିବ।

ଶୁକ୍ରବାର ୯ ଲକ୍ଷ ୪୪ ହଜାର ଡୋଜ୍ କୋଭିସିଲ୍ଡ ଟିକା ଆସିଛି। ଏସବୁ ବିଭିନ୍ନ ଜିଲ୍ଲାକୁ ବିତରଣ କରାଯିବ। ଶନିବାର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏହି ୧୫ଟି ଜିଲ୍ଲା ହେଲା ବଲାଙ୍ଗିର, ବାଲେଶ୍ବର, ବୌଦ୍ଧ, ଦେଓଗଡ଼, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଏବଂ ସୁବର୍ଣ୍ଣପୁର। ରାଜ୍ୟରେ ଏବେ ୧୦ ଲକ୍ଷ ୫୫ ହଜାର କୋଭିସିଲ୍ଡ ଥିବା ବେଳେ , ୪ ଲକ୍ଷ ୧୮ ହଜାର କୋଭାକ୍ସିନ ଟିକା ରହିଛି।

Leave a Reply

Your email address will not be published.