ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭା ଆଗରେ ପୁଣି ଆତ୍ମାହୂତୀ ଉଦ୍ୟମ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଲର ମାଆ ଓ ପୁଅ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଛନ୍ତି । ନିଜ ପୁଅ ଓ ଭାଇର ହତ୍ୟା ମାମଲାରେ ନ୍ୟାୟ ନମିଳିବାରୁ ବାଧ୍ୟ ହୋଇ ଆତ୍ମାହୂତୀ ଉଦ୍ୟମ କରିଛନ୍ତି ଉଭୟ ମାଆ ଓ ପୁଅ । ଘଟଣାସ୍ଥଳରୁ ଉଭୟ ମାଆ ଓ ପୁଅଙ୍କୁ ଆତ୍ମାହୂତୀ ଉଦ୍ୟମ କରୁଥିବା ବେଳେ କାବୁ କରିଛି ପୋଲିସ । ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ମାଆ । ଏକ ବର୍ଷ ତଳର ଘଟଣା ବୋଲି ସୂଚନା ରହିଛି । ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାନାହିଁ , ଶେଷରେ ବାଧ୍ୟ ହୋଇ ଆତ୍ମାହୂତୀ ଉଦ୍ୟମ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଧାନସଭା ସମ୍ମୁଖରେ ଗତ କିଛି ଦିନ ତଳେ ନୟାଗଡ଼ରେ ଏକ ଦମ୍ପତ୍ତି ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଠିକଣା ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରିନେଇଥିଲେ । ତେବେ ଆତ୍ମାହୁତି ଉଦ୍ୟମ କରୁଥିବା ଦମ୍ପତ୍ତିଙ୍କ ଅଭିଯୋଗ ଯେ, ତାଙ୍କ ନାବାଳିକା ଝିଅକୁ ହତ୍ୟା କରାଯାଇଛି । ତାଙ୍କୁ ନ୍ୟାୟ ନମିଳିବାରୁ , ଶେଷରେ ସେ ଏହି ପନ୍ଥା ଆପଣାଇଥିଲେ ।

ଯାହାପରେ ରାଜ୍ୟ ସରକାର ଘଟଣାକୁ ଗୁରୁତ୍ୱ ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ନାବାଳିକା ହତ୍ୟା ମାମଲାର ଏସଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ସେପଟେ ନାବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଇଚଇ ସୃଷ୍ଟି ହୋଇଛି । ପ୍ରତିଦିନ ବିରୋଧୀ ଦଳ ଓ ଶାସକ ଦଳ ସେହି ପ୍ରସଙ୍ଗ ନେଇ ମୁହାଁମୁହାଁ ହେଉଛନ୍ତି ।

Leave a Reply

Your email address will not be published. Required fields are marked *