ଓଡ଼ିଶାରେ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନ୍‌ସିଲ୍ ଗଠିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଫିଜିଓଥେରାପି ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ଓଡ଼ିଶାରେ ରାଜ୍ୟ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନ୍‌ସିଲ୍ ଗଠିତ ହୋଇଯାଇଛି । ଓଡ଼ିଶା ଷ୍ଟେଟ୍ କାଉନ୍‌ସିଲ୍ ଫର୍ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ, ୨୦୧୯ ବଳରେ ଗତ ଜୁନ ୩ ତାରିଖରେ ଏହି କାଉନ୍‌ସିଲ୍ ଗଠିତ ହୋଇସାରିଥିବା ବେଳେ ନିକଟରେ ସରକାରୀ ଭାବେ ଏହାର ଘୋଷଣା କରାଯାଇଛି ।

ବୋଲି ଇଣ୍ଡିଆନ୍ ଆସୋସିଏସନ୍ ଅଫ ଫିଜିଓଥେରାପିଷ୍ଟସ୍‌(ଆଇଏପି)ର ଓଡ଼ିଶା ଶାଖାର ଅଧ୍ୟକ୍ଷା ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡଃ ସ୍ଥିତିପ୍ରଜ୍ଞା ଦଳବେହେରା ସୂଚନା ଦେଇଛନ୍ତି । ରାଜ୍ୟରେ ଏଭଳି ଆଇନ୍ ଆଣିବା ନିମନ୍ତେ ଏହାର ଓଡ଼ିଶା ଶାଖା ଦୀର୍ଘ ଦିନ ଧରି ପ୍ରସ୍ତୁତ ଚଳାଇଥିବା ବେଳେ
୨୦୧୧ରୁ ଏ ନେଇ ଏକ କମିଟି ଗଠନ ହୋଇଥିଲା ଏବଂ ଏହାର ସଂଯୋଜକ ଡଃ ଭୁବନାନନ୍ଦ ପାଣି ଏହି କାଉନ୍‌ସିଲ୍ ଗଠନ ନିମନ୍ତେ ଦୀର୍ଘ ଦିନ ଧରି ପୃଷ୍ଠଭୂମୀରେ କାର୍ଯ୍ୟ କରୁଥିଲେ । ଏ ଦିଗରେ ଡଃ ଆର୍‌,ଏନ୍‌. ଦାସ, ଡଃ ପି.ପି. ମହାନ୍ତି ଏବଂ ଡଃ ଅମ୍ଳାନ୍ ମାଇତିଙ୍କ ର ମଧ୍ୟ ଅନେକ ଅବଦାନ ରହିଛି ବୋଲି ଡଃ ଦଳବେହେରା କହିଛନ୍ତି ।

ଏହି ନୂତନ କାଉନ୍‌ସିଲ୍ ଗଠନ ଦ୍ୱାରା ଫିଜିଓଥେରାପିଷ୍ଟ ମାନଙ୍କର ବୃତିଗତ କ୍ଷେତ୍ରରେ ଅନେକ ଉନ୍ନତି ଘଟିବା ବୋଲି ସେ କହିବା ସହ ଏହାର ଗଠନ ନେଇ ଆଇଏପିର ଅନ୍ୟ ରାଜ୍ୟମାନଙ୍କର ଶାଖା ଗୁଡ଼ିକ ପକ୍ଷରୁ ଯଥେଷ୍ଟ ସାହାଯ୍ୟ ଓ ସହଯୋଗ ମିଳିଥିଲା ବୋଲି ଡଃ ଦଳବେହେରା କହିଛନ୍ତି । ନିକଟରେ ରାଜ୍ୟ ଆଇଏପି ନିମନ୍ତେ ୪ଟି ବଡ ସଫଳତା ମିଳିସାରିଛି । ଏଗୁଡ଼ିକ ହେଉଛି ଫିଜିଓଥେରାପି ଶିକ୍ଷା ମହିଳା
ଶିଶୁ ବିକାଶ ବିଭାଗ ହାତରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଯିବା, ବିପିଟି କୋର୍ସ ଶିକ୍ଷା ପ୍ରଦାନ କରୁଥିବା ଫିଜିଓଥେରାପି ଅନୁଷ୍ଠାନଗୁଡ଼ିକ ନିମନ୍ତେ ସର୍ବନିମ୍ନ ନିୟମାବଳୀ ପ୍ରସ୍ତୁତ କରିବା, ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଂଟସ (କଂଟ୍ରୋଲ୍ ଆଣ୍ଡ ରେଗୁଲେସନ୍‌ସ) ରୁଲ୍ସ ୨୦୧୭ରେ ସଂଶୋଧନ ଆଣିବା ଏବଂ ଓଡ଼ିଶା ଷ୍ଟେଟ କାଉନ୍‌ସିଲ୍ ଫର୍
ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ , ୨୦୧୯ ଗଠନ ।
ଫିଜିଓଥେରାପିଷ୍ଟ ମାନଙ୍କର ଦୀର୍ଘଦିନର ଦାବୀ ପୂରଣ ହୋଇଥିବାରୁ ଡଃ ଦଳବେହେରା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏ ଆଇନ୍‌ରେ ରହିଯାଇଥିବା କିଛି ତ୍ରୁଟିରେ
ପରିବର୍ତନ ଆଣିଲେ ଏହା ଜନସାଧାରଣଙ୍କ ପାଇଁ ହିତକର ହେବ ବୋଲି ସେ କହିଛନ୍ତି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ଫି ଜିଓଥେରାପିଷ୍ଟସମାନଙ୍କର ପ୍ରଶିକ୍ଷଣ ଦିଗରେ ଅନେକ ସାହାଯ୍ୟ କରିଥାଏ । ନିୟମିତ ଭାବେ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ବେସରକାରୀ କଲେଜଗୁଡ଼ିକୁ କ୍ଲିନିକାଲ୍ ଏବଂ ପ୍ରାକ୍ଟିକାଲ୍ ଟ୍ରେନିଂ ପ୍ରଦାନ କରାଯାଇଥାଏ । ହସ୍ପିଟାଲ୍ କର୍ତୃପକ୍ଷ ଫିଜିଓଥେରାପି କର୍ମଶାଳା ଓ ୱାର୍କସପ୍ ନିମନ୍ତେ ହସ୍ପିଟାଲ୍ ପରିସର ସବୁବେଳେ ଉନ୍ମୁକ୍ତ ରଖିଥାନ୍ତି ଓ ସାହାଯ୍ୟ ଓ ସହଯୋଗ କରିଥାନ୍ତି ବୋଲି ଡଃ ଦଳବେହେରା କହିଛନ୍ତି ।

Leave a Reply

Your email address will not be published.