ଖୁସି ଖବର, ଅଗଷ୍ଟ ୧୫ରେ ଦେଶକୁ ଆସିପାରେ କରୋନା ଭ୍ୟାକସିନ୍ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଏକ ଭଲ ଖବର ଆସି ପହଞ୍ଚିଛି। କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧିନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡ଼ିଛି। ଏହି ଭ୍ୟାକସିନକୁ ଭାରତ ବାୟୋଟିକ୍ ନାମକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପ୍ରସ୍ତୁତ କରିଛି। ଭାରତ ବାୟୋଟିକ୍ ଓ ଆଇସିଏମଆର୍ ପକ୍ଷରୁ ଏହି ଭ୍ୟାକସିନକୁ ଲଞ୍ଚ କରାଯାଇପାରେ।

ଜୁଲାଇ ୭ରୁ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଯଦି ପ୍ରତ୍ୟେକ ପର୍ଯ୍ୟାୟରେ ସମସ୍ତ ପରୀକ୍ଷା ସଫଳ ହେବ ତେବେ ଅଗଷ୍ଟ ୧୫ରେ ଏହା ଲଞ୍ଚ ହୋଇପାରିବ ।

ଉଲ୍ଳେଖଯୋଗ୍ୟ ଯେ, ହାଇଦ୍ରାବାଦ ସ୍ଥିତ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦାବି କରିଛି ଯେ ଏହା ପ୍ରଥମ ପର୍ଯ୍ୟାୟ ଓ ହ୍ୟୁମାନ ଟ୍ରାଏଲକୁ ମଧ୍ୟ ସବୁଜ ସଙ୍କେତ ମଧ୍ୟ ମିଳିଛି । ଜୁଲାଇ ୭ରୁ ହ୍ୟୁମାନ ଟ୍ରାଏଲ କରାଯିବ । ଅନ୍ୟପଟେ ଟିକାକରଣ ପ୍ରସ୍ତୁତ କରିବା ନେଇ ଭାରତ ବାୟୋଟେକର ଅଭିଜ୍ଞତା ରହିଛି ।

କୋଭାକ୍ସିନ ହେଉଛି ଭାରତର ବାୟୋଟିକ ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ୱଦେଶୀ ଟିକା । ହାଇଦ୍ରାବାଦର ଜେନୋମ ଭ୍ୟାଲିର ସବୁଠାରୁ ସୁରକ୍ଷିତ ଲ୍ୟାବରେ ଏହି ଟିକା ପ୍ରସ୍ତୁତ କରାଯାଇଛି ।

ତେବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୫ହଜାର ୫୪୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮ହଜାର ୨୧୩ରେ ପହଞ୍ଚିଛି । ଏହାସହ ଆକ୍ରାନ୍ତଙ୍କ ମଧ୍ୟରୁ ୩ଲକ୍ଷ ୭୯ହଜାର ୮୯୧ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨ଲକ୍ଷ ୨୭ହଜାର ୪୩୯ଜଣ ଚିକିତ୍ସିତ ଅଛନ୍ତି ।

Leave a Reply

Your email address will not be published. Required fields are marked *