ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ଦିନକରେ ୨୯,୪୨୯ ସଂକ୍ରମିତ, ୫୮୨ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ଦେଶରେ ଦିନକରେ ୨୯,୪୨୯ ରୋଗୀ ଚିହ୍ନଟ ହୋଇଛନ୍ତି।  ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୧୮୧କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ୨୪ ଘଣ୍ଟାରେ ସର୍ବାଧିକ ୫୮୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ  କରୋନା ମୃତ୍ୟୁ ସଂଖ୍ୟା ୨୪ ହଜାର ୩୦୯କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ  ୨,୬୭,୬୬୫ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୦,୬୯୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ  ୩୪୪୬, ଗୁଜରାଟରେ ୨୦୬୯, ତାମିଲନାଡୁରେ ୨୦୯୯  ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୯୨ ହଜାର ୩୩୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୧୯ ହଜାର ୨୪୦ ସକ୍ରିୟ ଅଛନ୍ତି। ଏବେ ୩ ଲକ୍ଷ ୧୯ ହଜାର ୨୪୦ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published.