କରୋନା ଭାଇରସ୍ ସ୍ଥିତି ଅଧିକ ଖରାପ ହେବ; ଚେତାବନୀ ଦେଲା ଡବ୍ଲ୍ୟୁଏଚଓ

ଜେନେଭା, (ଓଡିଶା ଟାଇମ୍‌): ଦେଶବ୍ୟାପୀ କରୋନା ଭାଇରସ୍ ମହାମାରୀ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସୋମବାର ଦିନ ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) । ଯଦି ସମସ୍ତ ରାଷ୍ଟ୍ର ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରତି ସତର୍କତା ଅବଲମ୍ବନ ନକରନ୍ତି ତେବେ ସ୍ଥିତି ଆହୁରି ବିଗିଡିବାର ଆଶଙ୍କା ରହିଛି ।

ଜେନେଭା ସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର ମୁଖ୍ୟ କାର୍ଯ୍ୟାଳୟରେ ଏକ ଭର୍ଚୁଆଲ ବ୍ରିଫିଂରେ ଡାଇରେକ୍ଟର ଜେନେରାଲ୍ (ଡିଜି) ଟେଡ୍ରସ୍ ଅଧାନମ୍ ଘେବ୍ରେୟସସ୍ କହିଛନ୍ତି ଯେ ଏହି ମହାମାରୀ ସର୍ବସାଧାରଣରେ ଲୋକଙ୍କ ଶତ୍ରୁ ପାଲଟୁଛି ।

ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଅନେକ ଦେଶ ଭୁଲ୍ ରଣନୀତି ଆପଣେଉଛନ୍ତି । ଯଦି ସଠିକ୍ ରଣନୀତି ନ ଆପଣାଯାଏ ତେବେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅଧିକ ଭୟଙ୍କର ହୋଇ ପଡିବ ।

ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭୧ ହଜାରରୁ ଅଧିକ ରହିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷ ୬୦ ହଜାରରୁ ଅଧିକ ରହିଛି । ଏହାଛଡା ପ୍ରାୟ ୭୫ ଲକ୍ଷରୁ ଅଧିକ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍ ମହାମାରୀର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର ଏକ ଟିମ୍ ଚୀନ ଗସ୍ତରେ ଯାଇଛନ୍ତି । କରୋନା ଭାଇରସ କେମିତି ଆରମ୍ଭ ହେଲା ଓ କିଭଳି ବ୍ୟାପିଲା ସେ ସମ୍ପର୍କରେ ସବିଶେଷ ଜାଣିପାରିଲେ ଆମେ କରୋନାକୁ ଆହୁରି ଭଲସେ ମୁକାବିଲା କରିପାରିବା ବୋଲି ଡାଇରେକ୍ଟର ଜେନେରାଲ୍ (ଡିଜି) ଟେଡ୍ରସ୍ ଅଧାନମ୍ ଘେବ୍ରେୟସସ୍ କହିଥିଲେ । ଏପରିକି ଏହାର ତଦନ୍ତ ପ୍ରକ୍ରିୟା ୬ ମାସରୁ ଅଧିକ ସମୟ ଚାଲିବ ।

Leave a Reply

Your email address will not be published.