୨୪ ଘଣ୍ଟାରେ ୯୯୮୫ ନୂଆ ସଂକ୍ରମିତ ଚିହ୍ନଟ, ୨୭୯ ମୃତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) :  ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର ସକାଳ ସାଢ଼େ ୯ଟା ସୁଦ୍ଧା​‌ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୭୭୪୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୫ ହଜାର ୨୦୬ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ୧ଲକ୍ଷ ୩୩ ଜହାର ୬୩୨ ଜଣ ଏବେ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯୮୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଏଠାରେ ସର୍ବାଧିକ ୯୦ ହଜାର ୭୮୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୨୮୯ ଜଣ ପ୍ରାଣ ହରାଇଛନ୍ତି ।

ଏବେ ଦେଶରେ ଆକ୍ଚିଭ୍ କେସ୍ ୧ ଲକ୍ଷ ୩୩ ହଜାର ୬୩୨  ରହିଛି।  ଦିଲ୍ଲୀ ଓ ତାମିଲନାଡୁରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୧ ହଜାର ୩୬୬ ନୂଆ ମାମଲା ସାମ୍ନାକୁ ଆସିଛି ।  ଏଥିସହ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୧ ହଜାର ୩୦୯ରେ । ସେହିପରି ଦିଲ୍ଲୀରେ ୨୪ ଘଣ୍ଟାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୯୦୫କୁ ବୃଦ୍ଧି ପାଇଛି । ସେହିପରି ତାମିଲନାଡୁରେ ୩୪ ହଜାର ୯୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୦୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି । 

 

Leave a Reply

Your email address will not be published. Required fields are marked *