ଦେଶରେ ୧୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ଗୋଟିଏ ଦିନରେ ସର୍ବାଧିକ ୫୨ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୫ ଲକ୍ଷ ୮୩ ହଜାର ୭୯୨ରୁ ଅଧିକ ଟପିଛି।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪,୯୬୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨,୧୨୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୨୮,୨୪୨ ରହିଛନ୍ତି।
ଏହା ବ୍ୟତୀତ ୧୦ ଲକ୍ଷ ୨୦ ହଜାର ୫୮୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ଭାରତ ବିଶ୍ଵରେ ୩ୟ ସଂକ୍ରମିତ ରାଷ୍ଟ୍ର ଭାବେ ରହିଛି।
ସେହିପରି ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୭୦,୨୯,୧୫୫ରେ ରହିଛି। ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ କରୋନା ଭାଇରସ ସଂକ୍ରମଣରେ ଏଯାବତ୍ ପ୍ରାୟ ୬ ଲକ୍ଷ ୬୬ ହଜାର ୨୩୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।