#corona Update: ରାଜ୍ୟରେ ୭୩ ନୂଆ କରୋନା ପଜିଟିଭ୍, ସମୁଦାୟ ସଂଖ୍ୟା ୬୧୧
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୬୦୦ ପାର କରିଛି। ବୁଧବାରଦିନ ୭୩ ନୂଆ ସାମ୍ପଲ୍ରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ଭିତରୁ ୪୬୫ଜଣ ଆକ୍ରାନ୍ତ ରହିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ପୁଣି ୩ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୪୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏ ସମସ୍ତେ ସୁରାଟ୍ ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଗତ ୨୪ ଘଣ୍ଟାର କରୋନା ଚିହ୍ନଟ ପ୍ରକ୍ରିୟା ବାବଦରେ ସୂଚନା ଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି ଯେ, ନୂଆ ଚିହ୍ନିତଙ୍କ ଭିତରେ ଭଦ୍ରକର ୯ ଜଣ ରହିଥିବା ବେଳେ ସେମାନଙ୍କ ଭିତରୁ ୫ଜଣ ସୁରାଟ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ କଣ୍ଣାଟକ ଫେରନ୍ତା।
ସେହିପରି ଏହି ତାଲିକାରେ ଯାଜପୁରର ୧୭ଜଣ ରହିଛନ୍ତି। ସୁନ୍ଦରଗଡ଼ରେ ୨ଜଣ ରହିଛନ୍ତି। ଯାଜପୁରର ନବ ଚିହ୍ନିତ କରୋନା ରୋଗି କ୍ଵାରେଣ୍ଟୀନ୍ କେନ୍ଦ୍ରରେ ଥିବା ବେଳେ ସୁନ୍ଦରଗଡ଼ର ଅବରୋଧ ଅଞ୍ଚଳରୁ ଦୁଇ ରୋଗୀଙ୍କୁ ଚିହ୍ନଟ କରାଯାଇଛି।