ଆଉ ୧୧ ହଜାର ୭୧୩ କୋରୋନାରେ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦିନକରେ ଆଉ ୧୧ ହଜାର ୭୧୩ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୧୪ ହଜାର ୩୦୪କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୫୯୦ ରହିଛି । ମୋଟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ଆକ୍ରାନ୍ତ ହାର ୧.୩୭ ପ୍ରତିଶତକୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ ହଜାର ୪୮୮ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୧୦ ହଜାର ୭୯୬କୁ ବୃଦ୍ଧି ପାଇଛି । ଦେଶରେ କରୋନା ଆରୋଗ୍ୟ ହାର ୯୭.୧୯ ପ୍ରତିଶତକୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୯୧୮ରେ ପହଞ୍ଚିଛି । ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୪୩ ପ୍ରତିଶତ ରହିଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୭ଲକ୍ଷ ୪୦ ହଜାର ୭୯୪ଟି କୋଭିଡ ନମୂନା ପାରକ୍ଷା କରାଯାଇଥିବା ବେଳେ ଦେଶରେ ମୋଟ ୨୦ କୋଟି ୬ଲକ୍ଷ ୭୨ ହଜାର ୫୮୯ ନମୂନା ପାରକ୍ଷା କରାଯାଇଛି।