ଦେଶରେ ନୂଆ ସଂକ୍ରମିତ ୧୮,୨୨୨
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ ପାଉଥିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଦେଶରେ ୨୪ ଘଣ୍ଟାରେ ୧୮,୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୨୨୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୧ଲକ୍ଷ ୫୦ହଜାର ୭୯୮ରେ ପହଞ୍ଚିଛି।
ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧ କୋଟି ୪ଲକ୍ଷ ୩୧ ହଜାର ୬୩୯କୁ ବୃଦ୍ଧି ପାଇଛି। ୨,୨୪,୧୯୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୦୦,୫୬,୬୫୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।