ଚିହ୍ନଟ ପଜିଟିଭ ୨୦,୩୪୬ ; ୧ କୋଟି ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକିଛି ଦିନ ମଧ୍ୟରେ ଲଗାତାର ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ୨୦,୩୪୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୨୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ୧୯, ୫୮୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୦ ହଜାର ୩୩୬ରେ ପହଞ୍ଚିଛି। ମୋଟ ପଜିଟିଭଙ୍କ ସଂଖ୍ୟା ୧ କୋଟି ୩ଲକ୍ଷ ୯୫ ହଜାର ୨୭୮କୁ ବୃଦ୍ଧି ପାଇଛି। ୨,୨୮, ୦୮୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୦୦,୧୬, ୮୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave a Reply

Your email address will not be published.