ଦେଶରେ ଆଜି ସଂକ୍ରମିତ ୧୮ ହଜାର ୧୭୭, ଆରୋଗ୍ୟ ହାର ୯୬.୧୬ %
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୨୦ ହଜାର ୯୧୩ ଜଣ ସୁସ୍ଥ ହେବ ପରେ ମୋଟ କରୋନା ଜନିତ ଆରୋଗ୍ୟ ହାର ୯୬.୧୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏଠି ସହିତ ଗତ କାଲି ସୁଦ୍ଧା ୯୯ ଲକ୍ଷ ୨୭ ହଜାର ୩୧୦ ଜଣ ସୁସ୍ଥ ହୋଇଛନ୍ତି। ସେହି ସମୟ ମଧ୍ୟରେ ୧୮ ହଜାର ୧୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୩ ହଜାର ୯୬୫କୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଗୋଟିଏ ଦିନରେ ଚିକିତ୍ସାଧୀନ ଅବସ୍ଥାରେ ୨୧୭ ଜଣଙ୍କ ମୃତ୍ୟୁ ହେବା ଫଳରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫କୁ ବୃଦ୍ଧି ପାଇଛି। ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୪୫ ପ୍ରତିଶତ ରହିଛି। ଏବେ ସାରା ଦେଶରେ ଥିବା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲଗୁଡିକରେ ୨ ଲକ୍ଷ ୪୭ ହଜାର ୨୨୦ ଜଣ ଚିକିତ୍ସିତ ହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତକାଲି ଗୋଟିଏ ଦିନରେ ସାରା ଦେଶରେ ୯ ଲକ୍ଷ ୫୮ ହଜାର ୧୨୫ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ସୁଦ୍ଧା ମୋଟ ୧୭ କୋଟି ୪୮ ଲକ୍ଷ ୯୯ ହଜାର ୭୮୩ଟି ନମୁନା ପରୀକ୍ଷା ହୋଇ ସାରିଥିବା ଜଣାପଡିଛି।











