ଦେଶରେ ୨୪ ଘଣ୍ଟାରେ ସୁସ୍ଥ ୨୬,୫୭୨ ; ନୂଆ ପଜିଟିଭ ୨୦,୫୫୦
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛିଦିନ ମଧ୍ୟରେ ୨୦ ହଜାରରୁ ଅଧିକ କିମ୍ବା କମ ରହୁଥିବା ଦେଖାଯାଉଛି। ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗତକାଲି ଜଣାପଡିଥିବା ପଜିଟିଭଙ୍କ ତୁଳନାରେ ଆଜି ଚିହ୍ନଟ ପଜିଟିଭଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଦେଶରେ ୨୦,୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬,୫୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୨୮୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୧,୪୮,୪୩୯ରେ ପହଞ୍ଚିଛି।
ସେହିପରି ପଜିଟିଭଙ୍କ ସଂଖ୍ୟା୧,୦୨,୪୪,୮୫୩କୁ ବୃଦ୍ଧି ପାଇଛି। ୨,୬୨,୨୭୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯,୮୩,୪୧୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।