ଦେଶରେ ୨୪ ଘଣ୍ଟାରେ ସୁସ୍ଥ ୨୫,୭୦୯ ; ନୂଆ ଆକ୍ରାନ୍ତ ୨୪,୩୩୭

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ମଧ୍ୟରେ ଲଗାତାର ୩୦ ହଜାର ମଧ୍ୟରେ ସୀମିତ ରହୁଛି। ଦିନକରେ ୨୫,୭୦୯ ସୁସ୍ଥ ହୋଇଛନ୍ତି।

୨୪ ଘଣ୍ଟାରେ ୨୪,୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୩ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦ରେ ପହଞ୍ଚିଛି।

ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୫୫,୫୬୦କୁ ବୃଦ୍ଧି ପାଇଛି। ୯୬,୦୬,୧୧୧ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୦୩,୬୩୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *