ଦେଶରେ ଏକ କୋଟି ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଗତ ମାସେ ହେବ ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ମୋଟ କରୋନା ସଂକ୍ରମଣ କେସ୍ ଏକ କୋଟି ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, ଶନିବାର ସୁଧା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୦୪,୫୯୯ ହୋଇଛି। ସେହିପରି ସୁସ୍ଥ ସଂଖ୍ୟାରେ ବୃଦ୍ଧି ପାଇ ୯୦.୫୦ ଲକ୍ଷ ହୋଇଛି।

ସାରା ବିଶ୍ୱରେ କୋଭିଡ୍‌ ତଥ୍ୟ ରଖୁଥିବା ଜନ ହପକିନ୍ସ ୟୁନିଭର୍ସିଟି(ଜେଏଚ୍‌ୟୁ)ର ତଥ୍ୟ ଅନୁସାରେ, କରୋନା ସୁସ୍ଥ ମାମଲାରେ ଭାରତରେ ସାରା ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି।  ତା ପଛକୁ ରହିଛି ବ୍ରାଜିଲ। ଭୟଙ୍କରଭାବେ କରୋନା ପ୍ରଭାବିତ ରାଷ୍ଟ୍ରମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମେ ଆମେରିକା ଓ ତୃତୀୟରେ ବ୍ରାଜିଲ୍ ରହିଥିବା ଜେଏଚ୍‌ୟୁ କହିଛି‌।

Leave a Reply

Your email address will not be published. Required fields are marked *