୨୪ ଘଣ୍ଟାରେ ୩୧,୦୮୭ ଆକ୍ରାନ୍ତ ସୁସ୍ଥ ; ୨୨,୮୮୯ ନୂଆ ପିଜିଟିଭ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ହେବ ୩୦ହଜାର ମଧ୍ୟରେ ସୀମିତ ରହୁଛି। ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ଏଥିରେ ଲଗାତାର ହ୍ରାସ ପାଉଥିବା ଦେଖାଯାଇଛି। ଦେଶରେ ୧ଲକ୍ଷ ୪୪ ହଜାର ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ୨୨,୮୮୯ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୯୯,୭୯,୪୪୭କୁ ବୃଦ୍ଧି ପାଇଛି।
ସେହିପରି ୩,୧୩,୮୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୫,୨୦,୮୨୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟାରେ ୩୧,୦୮୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।