୨୪ ଘଣ୍ଟାରେ ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟାରେ ୩୬ହଜାର ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୪୦ ଜଣ ଜୀବନ ହାରିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ରେ ପହଁଚିଛି । ସବୁଠାରୁ ଭଲ କଥା ଯେ ୪୨ ହଜାର ୯୧୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେସୁଦ୍ଧା ଦେଶରେ ମୋଟ ୧ ଲକ୍ଷ ୩୯ ହଜାର ୧୮୮ଜଣ ପ୍ରାଣ ହରାଇଛନ୍ତି ।
ଏତତ ବ୍ୟତୀତ ଏଯାବତ ୯୦ ଲକ୍ଷ ୧୬ ହଜାର ଜଣ ଆରୋଗ୍ୟଲାଭ କରିଛନ୍ତି । ଏବେ ଦେଶରେ ୪ ଲକ୍ଷ ୧୬ ହଜାର ୮୨ ଆକ୍ଟିଭ୍ କେସ୍ ରହିଛି ।ସବୁଠାରୁ ଅଧିକ ସକ୍ରିୟ କେସ ମହାରାଷ୍ଟ୍ରରେ ରହିଛି । ଆକ୍ଟିଭ୍ କେସ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଆଦାରରେ ଏବେ ଭାରତ ବିଶ୍ୱର ଦ୍ୱିତୀୟ ସବୁଠାରୁ ଅଦିକ ପ୍ରଭାବିତ ଦେଶ । ସୁସ୍ଥହାର ଭାରତରେ ଅଧିକ ରହିଛି । ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟରେ ରହିଛି ।