ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ କେତେବେଳେ ବଢୁଛି ତ କେବେଳେ କମିବାର ରେକର୍ଡ କରାଯାଉଛି । ମଙ୍ଗଳବାର ଦିନ ତୁଳନାରେ ଭାଇରସର ଦୈନିକ ସଂକ୍ରମଣରେ ହ୍ରାସ ପାଇଛି । ମଙ୍ଗଳବାର ଦିନ ୩୧,୧୧୮ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ବୁଧବାର ଦିନ ୩୬,୬୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ଘଣ୍ଟାରେ ୫୦୧ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ନିକଟତର ହୋଇଛି । ସେପଟେ ସାରାବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୪୧,୯୪,୬୭୪ରେ ପହଞ୍ଚିଛି । ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୮୬,୮୨୯ଲୋକଙ୍କ ମୃତ୍ୟୁ ହୋଇଯାଇଛି । ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୪୧,୨୪୯ରେ ପହଞ୍ଚିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସର ୩୬,୬୦୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୧ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪,୯୯,୪୧୪ ପହଞ୍ଚିଛି । ସେହିପରି ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୩୮,୧୨୨ରେ ପହଞ୍ଚିଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୯ଲକ୍ଷ ଅତିକ୍ରମ କରିଛନ୍ତି । ବର୍ତ୍ତମାନ ଦେଶରେ ୮୯,୩୨,୬୪୭ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୩,୦୬୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ କୋଭିଡ଼ ସଂକ୍ରମଣର ଆକ୍ଟିଭ କେସ୍ ସଂଖ୍ୟା ୪,୨୮,୬୪୪ରେ ପହଞ୍ଚିଛି ।