୨୪ଘଣ୍ଟାରେ ୪୪,୬୮୪ କରୋନା ଆକ୍ରାନ୍ତ ଚିହ୍ନଟ, ୪୭,୯୯୨ଜଣ ସୁସ୍ଥ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟାରେ ପ୍ରାୟ ୪୪ ହଜାର ୬୮୪ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୭,୭୩,୪୭୯ ରେ ପହଞ୍ଚିଛି ଓ ୫୨୦ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୭,୯୯୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୭,୭୩,୪୭୯ରେ ପହଞ୍ଚିଛି । ଏହା ମଧ୍ୟରୁ ୪,୮୦,୭୧୯ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୯,୧୮୮ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୧,୬୩,୫୭୨ ରେ ପହଞ୍ଚିଛି ।