ଦେଶରେ ୪ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା,୨୪ ଘଣ୍ଟାରେ ୩୦୬ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଆଜି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ହୋଇଛି । ଏଥିସହ ୨୪ ଘଣ୍ଟାରେ ଦେଶରେ ୩୦୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫,୪୧୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ବସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଦେଶରେ ମୋଟ ୨,୨୭, ୭୫୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୬୯, ୪୫୧ ଜଣ ଚିକିତ୍ସିତ ହେଉଛନ୍ତି। ଏଥିସହ ଦେଶର ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩ , ୨୫୪ରେ ପହଞ୍ଚିଛି ।
ତେବେ ମହାରାଷ୍ଟ୍ରରେ ସର୍ବାଧିକ ୫ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୨୧୧୨, ଗୁଜରାଟରେ ୧୬୩୮, ତାମିଲନାଡୁରେ ୭୦୪, ପଶ୍ଚିମବଙ୍ଗରେ ୫୪୦, ମଧ୍ୟପ୍ରଦେଶରେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି ।