ଦେଶରେ ଚିହ୍ନଟ ହେଲେ ଆଉ ୭୯୬ ନୂଆ ଆକ୍ରାନ୍ତ ; ୧୯ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନାର ଦୈନିକ ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବା ସହ ଏକ ହଜାରରେ ସୀମିତ ରହୁଥିବା ଦେଖାଯାଉଛି। ଦିନକରେ ଆଉ ୭୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୩୬,୯୨୮କୁ ବୃଦ୍ଧି ପାଇଛି। ସେହିପରି ଆଉ ୯୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୪,୩୨୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬ % । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୭୧୦ରେ ପହଞ୍ଚିଛି। ମୃତ୍ୟୁହାର ୧.୨୧%। ୧୦,୮୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୩%। ୨୪ ଘଣ୍ଟାରେ ଆଉ ୪,୦୬,୨୫୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୯,୪୫,୨୫,୨୦୨ ନମୁନା ପରୀକ୍ଷା କରାଯାଇଛି। ଦିନକ ପୂର୍ବରୁ ୧୫,୬୫,୫୦୭ ଟିକା ନେଇଥିବା ବେଳେ ମୋଟ ୧,୮୫,୯୦,୬୮,୬୧୬ ଟିକାକରଣ କରାଯାଇଛି। ଆଜି ପୂର୍ବାହ୍ନ ସୁଦ୍ଧା ୪,୧୯,୪୯୩ ଟିକାକରଣ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *