ଦେଶରେ ୭୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା: ୨୪ ଘଣ୍ଟାରେ ୭୪ ହଜାର ୩୮୩ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୪ ହଜାର ୩୮୩  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ପାର କରି ୭୦ଲକ୍ଷ ୫୩ହଜାର ୮୦୬ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୯୧୮ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି।

ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ହଜାର ୩୩୪କୁ ବୃଦ୍ଧି ପାଇଛି। ଦେଶରେ ଏବେ ୮ ଲକ୍ଷ ୬୭ ହଜାର ୪୯୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୬୦ ଲକ୍ଷ ୭୭ହଜାର ୯୭୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *