କୋଭିଡ୍-୧୯: ଦେଶରେ ୬ ହଜାର ୫୬୬ ନୂଆ ପଜିଟିଭ୍, ସଂଖ୍ୟା ୧ଲକ୍ଷ ୫୮ ହଜାର ୩୩୩
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶରେ କରୋନା ଆକଆନ୍ତଙ୍କ ସଂଖ୍ୟା ଦିନକୁ ଦିନ ବିସ୍ଫୋରିତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ୬ହଜାର ୫୬୬ ଜଣଙ୍କ ପାଖରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଏହାଦ୍ଵାରା ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୧୧୦ ହୋଇଥିବା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଦେଶରେ ଏଯାଏ ହୋଇଥିବା ପରୀକ୍ଷା ଭିତରୁ ୧ଲକ୍ଷ ୫୮ ହଜାର ୩୩୩ଜଣ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ୬୭ ହଜାର ୬୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତ ୨୪ ଘଣ୍ଟା ଭିତରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ସମୁଦାୟ କୋଭିଡ୍-୧୯ ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ୫୩୧ ହୋଇଛି।
ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ଏଠାରେ ସମୁଦାୟ ୫୬ ହଜାର ୯୪୮ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ତାମିଲ୍ନାଡ଼ୁରେ ସମୁଦାୟ କରୋନା ପଜିଟିଭ୍ ଚିହ୍ନିତଙ୍କ ସଂଖ୍ୟା ୧୮, ୫୪୫ ହୋଇଥିବା ବେଳେ ଗୁଜରାଟ ଓରେ ୧୫ ହଜାର ୧୯୫ ଏବଂ ଦିଲ୍ଲୀରେ ୧୫ ହଜାର ୨୫୭ଜଣ ଆକ୍ରାନ୍ତ ହୋଇଥିବା ଦର୍ଶାଯାଇଛି।