ଦେଶରେ ଆଉ ୨୯,୬୧୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୨୯,୬୧୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୨୮,୦୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୧.୮୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୯% ରହିଛି। ସେହି ସମୟରେ ଆରୋଗ୍ୟ ହାର ୯୭.୭୮% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୨୮,୭୬,୩୧୯ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ଶୁକ୍ରବାର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସଂପ୍ରତି ୩,୦୧,୪୪୨ ଜଣ କୋଭିଡ ସଂକ୍ରମିତ ରହିଛନ୍ତି। ଗତ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୫୬.୧୬ କୋଟି ନମୁନା ପରୀକ୍ଷା କରାଯାଇଛି। ତାହାସହିତ ସେହି ସମୟ ମଧ୍ୟରେ ୮୪.୮୯ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି।

Leave a Reply

Your email address will not be published. Required fields are marked *