ଦେଶରେ ଚିହ୍ନଟ ହେଲେ ଆଉ ୪୦,୧୨୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ୩,୧୩,୦୨,୩୪୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ଦେଶରେ ସଂପ୍ରତି ୩,୮୫,୨୨୭ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

ଦେଶରେ ଆରୋଗ୍ୟ ହାର ୯୭.୪୬% ରହିଛି। ଏଥିସହିତ ଦୈନିକ ସଂକ୍ରମଣ ହାର ୨.୦୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୧୩% ରହିଥିବା ଜଣାଯାଇଛି। ଗୁରୁବାର ସଂଧ୍ୟା ସୁଦ୍ଧା ୪୮.୯୪ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ୫୨.୯୫ କୋଟି ପାନ ଟିକା ଦିଆଯାଇଛି।

 

Leave a Reply

Your email address will not be published. Required fields are marked *