୨୪ ଘଣ୍ଟାରେ ଦେଶରେ ବାହାରିଲେ ୪୩ ହଜାରରୁ ଅଧିକ ପଜିଟିଭ୍, ୯୩୦ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦୈନିକ ଲକ୍ଷାଧିକ ସଂକ୍ରମଣ ପରେ ଏବେ ୧ ଲକ୍ଷ ତଳକୁ ଖସିଛି ପଜିଟିଭ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୩୦ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୩, ୭୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ତଳେ ରହିଛି । ୨୪ ଘଣ୍ଟା ମଧ୍ୟରେ ୯୩୦ ଜଣଙ୍କ ମୃତ୍ୟୁ ଘଟିଛି ।