୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୮୧୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ତଳକୁ ତଳକୁ ଖସିଛି କରୋନା ସଂକ୍ରମଣ । ଦୈନିକ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ପରେ ଏବେ ୧ ଲକ୍ଷ ତଳକୁ ଖସିଛି ଗ୍ରାଫ୍ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୧୭ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୫,୯୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୭ଶହ ତଳକୁ ଖସିଛି । ୨୪ ଘଣ୍ଟା ମଧ୍ୟରେ ୮୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *