କରୋନା ଅପ୍‌ଡେଟ୍‌: ଦିନକରେ ୬ହଜାର ୬୫୪ ଆକ୍ରାନ୍ତ, ୧୩୭ ମୃତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତରେ ସର୍ବାଧିକ କରୋନା ଅଭିବୃଦ୍ଧି ଗଲା ୨୪ ଘଣ୍ଟାରେ ପରିଲକ୍ଷିତ ହୋଇଛି। ୬ହଜାର ୬୫୪ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ହେତୁ ଦେଶରେ ସମୁଦାୟ ଚିହ୍ନଟଙ୍କ ସଂଖ୍ୟା ୧ଲକ୍ଷ ୨୫ ହଜାର ୧୦୧ରେ ପହଞ୍ଚିଛି।  ସେହିପରି ଶୁକ୍ରବାର ଦିନ ଦେଶରେ ୧୩୭ଜଣଙ୍କ ମୃତ୍ୟୁ ହୋଇଛି। ଏହାଦ୍ଵାରା ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୨୦ରେ ପହଞ୍ଚିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏବେ ଦେଶର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ୬୯ହଜାର ୫୯୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ୫୧ହଜାର ୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ରରେ ସବୂଠାରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଡାରେ ସମୁଦାୟ ୪୪ହଜାର ୫୮୨ଜଣ କୋଭିଡ୍‌୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ତାମିଲ୍‌ନାଡ଼ୁରେ ୧୪ହଜାର ୭୫୩, ଗୁଜରାଟରେ ୧୩ହଜାର ୨୬୮ ଏବଂ ଦିଲ୍ଲୀରେ ୧୨ ହଜାର ୩୧୯ଜଣ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି।

ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶ ସାରା ଲକ୍‌ଡାଉନ୍‌ କଟକଣାକୁ ମେ ୩୧ ଯାଏ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *