୨୪ ଘଣ୍ଟାରେ ଦେଶରେ ୬,୬୬୬ ନୂଆ ସଂକ୍ରମିତ ଚିହ୍ନଟ,୧୯୪ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୬ ହଜାର ୬୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୭୯୯ ରେ ପହଞ୍ଚିଛି । ସେଥିରୁ ୮୯ ହଜାର ୯୮୭ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ୭୧ ହଜାର ୧୦୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ର ୪ ହଜାର ୭୦୬ କୁ ବୃଦ୍ଧି ପାଇଛି । ସେଥିରୁ ଗତ ୨୪ ଘଣ୍ଟାରେ ୨୦୫ ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।

ଭାରତରେ ୭ ଦିନ ହେଲା ପ୍ରତିଦିନ ୬ ହଜାରରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି । ବୁଧବାର ୬୩୮୭, ମଙ୍ଗଳବାର ୬୫୩୫, ସୋମବାର ୬୯୭୭, ରବିବାର ୬୭୬୭, ଶନିବାର ୬୬୫୪ ଓ ଶୁକ୍ରବାର ୬୦୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶର ୩୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ପ୍ରଭାବ ବିସ୍ତାର କରିଛି । ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ସେଠାରେ ଦେଶର ୩୬ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି ।

ମହାରାଷ୍ଟ୍ରରେ ସଂକ୍ରମିତ ସଂଖ୍ୟା ୫୯ ହଜାର ୫୪୬ ରହିଥିଲା ବେଳେ ତାମିଲନାଡୁରେ ୧୮ ହଜାର ୯୮୫, ଦିଲ୍ଲୀରେ ୧୬ ହଜାର ୨୮୧ , ଗୁଜରାଟରେ ୧୫ ହଜାର ୫୭୨, ରାଜସ୍ଥାନରେ ୮ ହଜାର ୬୭, ମଧ୍ୟପ୍ରଦେଶରେ ୭ ହଜାର୪୫୩, ଉତ୍ତରପ୍ରଦେଶରେ ୭ ହଜାର ୧୭୦, ପଶ୍ଚିମବଙ୍ଗରେ ୪ ହଜାର ୫୩୬, ଆନ୍ଧ୍ରପ୍ରଦେଶରେ ୩ ହଜାର ୨୪୫, ବିହାରରେ ୩ ହଜାର ୨୯୬, କର୍ଣ୍ଣାଟକରେ ୨ ହଜାର ୫୩୩, ପଞ୍ଜାବରେ ୨ ହଜାର ୧୩୯, ତେଲଙ୍ଗାନାରେ ୨ ହଜାର ୨୫୬ ଓ ଜମ୍ମୁ-କାଶ୍ମୀରରେ ୨ ହଜାର ୩୬ ରହିଛି । ସେହିଭଳି ମହାରାଷ୍ଟ୍ରରେ ୧୯୮୨ ଜଣ ପ୍ରାଣ ହରାଇଥିଲା ବେଳେ ଗୁଜରାଟରେ ୯୬୦ , ମଧ୍ୟପ୍ରଦେଶରେ ୩୧୩, ଦିଲ୍ଲୀରେ ୩୧୬ , ପଶ୍ଚିମବଙ୍ଗରେ ୨୯୫ , ରାଜସ୍ଥାନରେ ୧୭୩, ଉତ୍ତରପ୍ରଦେଶରେ ୧୮୨, ତାମିଲନାଡୁରେ ୧୩୩, ତେଲଙ୍ଗାନାରେ ୬୩, ଆନ୍ଧ୍ରପ୍ରଦେଶରେ ୫୯, କର୍ଣ୍ଣାଟକରେ ୪୭ ଓ ପଞ୍ଜାବରେ ୪୦ ଜଣ ପ୍ରାଣ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *