ଭାରତରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ଭିତରେ ସମୁଦାୟ ପଚିଟିଭଙ୍କ ସଂଖ୍ୟା ୧ଲକ୍ଷ ଟପିଛି । ଏହା ୧ ଲକ୍ଷ ୧ହଜାର ୧୩୯ ବୋଳଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୧୬୩ ହୋଇଛି। ସମୁଦାୟ ୮୫ ହଜାର ୮୦୨ ଜଣ ଅକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନରେ ୪ ହଜାର ୯୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି।
କରୋନା ସଂକ୍ରମଣ ତାଲିକା ସେହିଭଳି ମହାରାଷ୍ଟ୍ରରେ ୩୫ ହଜାର ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ୧୧ ହଜାର ୭୪୫, ତାମିଲନାଡୁ ରେ ୧୧ ହଜାର ୭୬୦, ଦିଲ୍ଲୀରେ ୧୦ ହଜାର ୫୪, ଉତ୍ତରପ୍ରଦେଶରେ ୪ ହଜାର ୬୦୫, ରାଜସ୍ଥାନରେ ୫ ହଜାର ୫୦୭, ପଶ୍ଚିମବଙ୍ଗରେ ୨ ହଜାର ୮୨୫, ଓ ଓଡିଶାରେ ୮୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅନ୍ୟ ପ୍ରଭାବିତ ଦେଶ ତୁଳନାରେ ଭାରତରେ ମୃତ୍ୟୁ ସଂଖ୍ୟା କମ ରହିଥିବା ଜଣାପଡିଛି । ତେବେ ବିଶ୍ୱରେ ପ୍ରଭାବିତ ଦେଶ ମଧ୍ୟରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୧୧ ସ୍ଥାନରେ ରହିଛି । ସେହିଭଳି ବିଶ୍ୱରେ କୋରୋନା ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିଛି । ଏଥିରୁ ୩ ଲକ୍ଷ ୧୭ ହଜାର ୭୯୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି ଆମେରିକାରେ ୧୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ରାତି ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୧୬୯ ହୋଇଛି । ସେମାନଙ୍କ ମଧ୍ୟରୁ ୫୬ ହଜାର ୩୧୬ ଜଣ ଚିକିତ୍ସିତ ଅଛନ୍ତି ।