ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟାରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୪,୩୨୪, ଆରଟିପିସିଆରରେ ୬,୭୮୪ ଓ ଟ୍ରୁନଟ୍ରେ ୧୬୭ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬ହଜାର ୯୪୧ ଓ ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪,୬୬୮ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ଗତକାଲି ମୋଟ୍ ୪୫ହଜାର ୧୬୫ କରୋନା ନମୁନା ପରୀକ୍ଷା କରାଯାଇଥିଲା।ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୮,୧୬୫, ଆରଟିପିସିଆରରେ ୬,୮୩୬ ଓ ଟ୍ରୁନଟ୍ରେ ୧୬୪ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫୬୨, କେନ୍ଦ୍ରାପଡ଼ାରେ ୪୧୨୯ ଓ କେନ୍ଦୁଝରରେ ୩୩୮୯ଟି ନମୁନା ପରୀକ୍ଷା ହୋଇଥିଲା।