କରୋନା ଅପ୍‌ଡେଟ୍‌: ରାଜ୍ୟରେ ୭୪ ନୂଆ ରୋଗୀ, ସମୁଦାୟ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୭୪ ନୂଆ ରୋଗୀ ସଂଯୁକ୍ତ ହୋଇଛନ୍ତି। ଏହାଫଳରେ ରାଜ୍ୟର ମୋଟ୍‌ କରୋନା ଚିହ୍ନିତ ରୋଗୀଙ୍କ ସଂଖ୍ୟା ୧୦୫୨ ହୋଇଛି। ସେମାନଙ୍କ ଭିତରୁ ୭୩୯ଜଣ ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୬ଜଣଙ୍କ ମୃତ୍ୟୁ ଘଟିଛି।  ଗତଗାଲି ୩୦ ଜଣ ସୁସ୍ଥ ହୋଇଥିବାରୁ ସମୁଦାୟ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୫୪୯ଜଣ ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଛି। ଏବେ ସମୁଦାୟ ଚିହ୍ନିତଙ୍କ ସଂଖ୍ୟା ୧ଲକ୍ଷ ୬ ହଜାର ୮୭୮ ହୋଇଛି।  ସେମାନଙ୍କ ଭିତରୁ ୬୧ ହଜାର ୨୪୪ଜଣ ଆକ୍ରାନ୍ତ ଥିବା ବେଳେ ୪୨ହଜାର ୩୨୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୦୨ ରହିଛି। ଗତ ୨୪ ଘଣ୍ଟାରେ ୧୩୩ଜଣଙ୍କ ମୃତ୍ୟୁ ଘଟିଛି।

 

ଜିଲ୍ଲାୱାରୀ ରିପୋର୍ଟ

୨୦ ମେ’ ୨୦୨୦

ଜିଲ୍ଲା ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ ମୃତ
ଗଞ୍ଜାମ 313 109 202 2
ଯାଜପୁର 174 55 119 0
ବାଲେଶ୍ଵର 122 27 95 0
ଭଦ୍ରକ 95 23 72 0
ଖୋର୍ଦ୍ଧା 71 48 20 3
ପୁରୀ 44 1 43 0
କେନ୍ଦ୍ରାପଡ଼ା 40 8 32 0
କଟକ 36 2 33 1
ବୌଦ୍ଧ 33 0 33 0
ଜଗତସିଂହପୁର 28 5 23 0
ସୁନ୍ଦରଗଡ଼ 27 13 14 0
ଅନୁଗୁଳ 17 0 17 0
ମୟୁରଭଞ୍ଜ 11 4 7 0
ନୟାଗଡ଼ 10 1 9 0
କେନ୍ଦୁଝର 8 2 6 0
ବଲାଙ୍ଗୀର 6 2 4 0
ସମ୍ବଲପୁର 3 0 3 0
କନ୍ଧମାଳ 3 0 3 0
ମାଲକାନଗିରି 2 0 2 0
କଳାହାଣ୍ଡି 2 2 0 0
ଝାରସୁଗୁଡ଼ା 2 2 0 0
ଢେଙ୍କାନାଳ 2 1 1 0
ଦେବଗଡ଼ 2 1 1 0
କୋରାପୁଟ 1 1 0 0
ସମୁଦାୟ 1052 307 739 6
         

 

Leave a Reply

Your email address will not be published.