ଭୁବନେଶ୍ୱରରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜଧାନୀ ଭୁବନେଶ୍ୱରରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୫ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟାଇନ୍  ହୋଇଥିବା ବେଳେ ଆଉ ୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ବିଏମସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତମାନେ ହେଲେ ସତ୍ୟନଗରର ଜଣେ ୩୬ ବର୍ଷର ଯୁବକ । ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେହିପରି ଜୟଦେବ ବିହାରର ଜଣେ ଆଇଟି କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆହୁରି ମଧ୍ୟ ପଟିଆ ଶ୍ରୀବିହାର ଅଞ୍ଚଲର ଜଣେ ୨୫ ବର୍ଷୀୟ ମହିଳା ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏତତ୍ ବ୍ୟତୀତ ସ୍ଥାନୀୟ ୨ ସଂକ୍ରମିତ ବ୍ୟକ୍ତି  ଡୁମଡୁମା ହାଉସିଂ ବୋର୍ଡ କଲୋନିର ଜଣେ ୩୬ ବର୍ଷୀୟ ଯୁବକ ଓ ୨୪ ବର୍ଷର ଜଣେ ମେଡିକାଲ କର୍ମଚାରୀ । ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା ୧୩୨କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଉ ୧୦୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published.