ଭୁବନେଶ୍ବରରୁ ହାଇଦ୍ରାବାଦ ଯିବେ କରୋନା ରୋଗୀ: ସୁସ୍ଥ ହେବା ପରେ ଫୁସ୍ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ
ଭୁବନେଶ୍ବର, (ଓଡିଶା ଟାଇମ୍) : ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଶୁକ୍ରବାର ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବାକୁ ଗ୍ରୀନ କରିଡ଼ର ହୋଇଛି। ପୁରୀର ସମ୍ପୃକ୍ତ ରୋଗୀ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଉଥିବା ଜଣାପଡ଼ିଛି। ଫୁସଫୁସରେ ସଂକ୍ରମଣ ହେବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ୭ ରୁ ୮ ମିନିଟ ମଧ୍ୟରେ ହସ୍ପିଟାଲରୁ ବିମାନବନ୍ଦର ନେବାକୁ ଲକ୍ଷ୍ୟ ରଖାଯାଇଛି।