ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ସେ କହିଛନ୍ତି କୋଭିଡ଼ ବିରୋଧରେ ୪ମାସ ହେଲା ସଂଗ୍ରାମ ଜାରି ରହିଛି । ସମୟ ଆସିଛି କୋଭିଡ଼ ପରିଚାଳନାରେ ରଣକୌଶଳରେ ପରିବର୍ତ୍ତନ ଆଣିବା । ଭାରତରେ ଆଜି ଗୋଟିଏ ଦିନରେ ପ୍ରାୟ ୨୮ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରାୟ ୨୩ହଜାର ବ୍ୟକ୍ତିଙ୍କ କରୋନରେ ମୃତ୍ୟୁ ହୋଇଛି । ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଭଲ ଭିତ୍ତିଭୂମି ରହିଛି ଓ ବିଭିନ୍ନ ସ୍ତରରେ ମଧ୍ୟ ଭିତ୍ତିଭୂମି ରହିଛି ।
ଏହାସହ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ମିଳିବ । ଏଥି ପାଇଁ କିଛି ସର୍ତ୍ତ ସହ ସେମାନେ ଘରେ ସଙ୍ଗରୋଧରେ ରହିବେ । ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରେ ହୋମ୍ ଆଇସୋଲେସନ ଅନୁମତି ମିଳିବ । ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସଦର ମହକୁମାରେ ପୃଥକବାସ ଅନୁମତି ମିଳିବ । ଉପଯୁକ୍ତ ନିଜସ୍ୱ ବ୍ୟବସ୍ଥା ଥିଲେ ଘରୋଇ କମ୍ପାନିକୁ ବି ଅନୁମତି ମିଳିବ ।











