କ୍ୟାନସର ହସ୍ପିଟାଲରେ କ୍ୟାନସର ରୋଗୀକୁ କରୋନା
କଟକ, (ଓଡିଶା ଟାଇମ୍) : କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପହଞ୍ଚିଲା କରୋନା । ଜଣେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଜୁନ ୧୯ ରେ କ୍ୟାନସର ପହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ପଜିଟିଭ ଚିହ୍ନଟ ପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲ ଷ୍ଟାଫମାନଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନନ୍ତି।