କେନ୍ଦ୍ରାପଡ଼ାରେ କରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌): କରୋନା ଧରାଇ ଦେଇଛି ବର୍ଷେ ତଳେ କେନ୍ଦ୍ରାପଡ଼ା ସହରରେ ହୋଇଥିବା ଏକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ  ଗୁଳିକାଣ୍ଡ ଘଟାଇବା ପରେ ଏହି ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ାରୁ ଫେରାର ହୋଇ ଆବୁଧାବି ପଳାଇଯାଇଥିଲା । ସେଠାରେ ସେ ଲୁଚି ରହି ଏକ ଘରୋଇ କମ୍ପାନୀରେ ଚାକିର କରୁଥିଲା । କିନ୍ତୁ କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବାରୁ ସେ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଅଭିଯୁକ୍ତ ଆବୁଧାବୀରୁ ବିମାନ ଯୋଗେ ଭୁବନେଶ୍ୱର ପର୍ଯ୍ୟନ୍ତ ପେରିଥିଲେ ବି ଘରକୁ ଯାଇପାରିନାହିଁ । ବିମାନରୁ ସେ ଓହହ୍ଲାଇବା ପରେ ବିଜୁ ପଟ୍ଟନାଳୟକ ବିମାନ ବନ୍ଦରରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଦ୍ୱାରା ଗିରଫ ହୋଇଛି ।

ଗତ ବର୍ଷ ଜୁଲାଇ ୧୪ ତାରିଖ ରାତିରେ କେନ୍ଦ୍ରାପଡ଼ାର ତିନିମୁହାଁଣୀ ବଜାର କମିଟିର ସଭାପତି ବାବୁଲି ମହାରଣା ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଦଣ୍ଡାମୁଣ୍ଡ ଛକରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ବାବୁଲି ଗୁରୁତତର ଆହତ ହୋଇଥିଲେ ଓ ସେ କଟକ ବଡ଼ଡାକ୍ତରଖାନାରେ ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିଲେ । ଦୁର୍ବୃତମାନେ ବାବୁଲି ଉପରେ ଗୁଳିମାଡ଼ କରିବା ପରେ ଫେରାର ହୋଇଯାଇଥିଲେ । ବାବୁଲି ବଜରଙ୍ଗ ଦଳରେ ସଦସ୍ୟ ହୋଇଥିବାରୁ କେନ୍ଦ୍ରପଡ଼ା ସଦର ଥାନା ପୁଲିସ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ତନାଘନା କରିଥିଲା ।

ଏହି ମାମଲାରେ ପୁଲିସ ୨୨ ଜଣଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଏହା ମଧ୍ୟରେ ୨୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତ କେକନ୍ଦ୍ରାପଡ଼ା  ପୌରାଂଚଳ ଅନ୍ତର୍ଗତ ଜୟିପୁରା ଗାଁର ସେକ ସର୍ଫରାଜକୁ ଗିରଫ କରିପାରିନଥିଲା । ସେକ ସର୍ଫରାଜ ଗୁଳିକାଣ୍ଡ ଘଟାଇବା ପରେ ଗତ ବର୍ଷ ଅଗଷ୍ଟ ମାସରେ ନୂଆ ପାସପୋର୍ଟ କରି ଅବୁଧାବୀ ଚାଲିଯାଇଥିଲା ଓ ସେଠାରେ ସେ ଏକ ଘରୋଇ କମ୍ପାନୀରେ ଚାକିର କରୁଥିଲା । କିନ୍ତୁ କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବାରୁ ସର୍ଫରାଜ ଘରବାହୁଡ଼ା କରିବାକୁ ବାଧ୍ୟ ହୋଇଥିଲା । ସର୍ଫରାଜ ବିମାନ ଯୋଗେ ଓଡ଼ିଶା ଫେରୁଥିବା ନେଇ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଆଗୁଆ ସୂଚନା ପାଇ ଭୁବନେଶ୍ୱରର ବିଜୁପଟ୍ଟନାୟକ ବିମାନ ବନ୍ଦର ନିକଟରେ ଜଗି ରହିଥିଲା ଓ ସର୍ଫରାଜ ବିମାନରୁ ଓହ୍ଲାଇବା କ୍ଷଣି ତାକୁ ଗିରଫ କରିଥିଲା ।

ସର୍ଫରାଜକୁ ଗିରଫ କରିବା ପରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଭୁବମନେଶ୍ୱରରୁ ଥାନାକୁ ଆଣି ଏକ ସ୍ୱତନ୍ତ୍ର ସେଲରେ ରଖିଥିଲା । ତେବେ ସର୍ଫରାଜକୁ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ଜାଣିବା ପାଇଁ ତା’ର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଏବେ ଅଭିଯୁକ୍ତ ସର୍ଫରାଜକୁ ପୁଲିସ ଏକ ଗୁପ୍ତ ସ୍ଥାନରେ ସଙ୍ଗରୋଧରେ ରଖିଥିବା ସୂଚନା ମିଳିିଛି । ତେବେ ଅଭିଯୁକକ୍ତ ସର୍ଫରାଜକୁ କେଉଁଠାରେ ସଙ୍ଗରୋଧରେ ରଖିଛି ସେ ନେଇ କୌଣସି ସୂଚନା ଦେଇନାହିଁ ।

Leave a Reply

Your email address will not be published.