ଦେଶରେ ୧ ଲକ୍ଷ ଟପିଲା କରୋନା ଜନିତ ମୃତ୍ୟୁ ; ୨୪ ଘଣ୍ଟାରେ ୧୦୬୯ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର ହୋଇଛି। ୨୪ ଘଣ୍ଟାରେ ୧୦୬୯ ଆକ୍ରାନ୍ତ ମୃତ୍ୟୁ ହେବା ପରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି। ଦିନକରେ ୭୯, ୪୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫କୁ ବୃଦ୍ଧି ପାଇଛି।
ଏହାସହ ୯,୪୪,୯୯୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୫୪, ୨୭, ୭୦୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।











